ଦିତୀୟ ରାଜାବଳୀ 13 : 1 (ORV)
ଯିହୁଦାର ଅହସୀୟ ରାଜାଙ୍କର ପୁତ୍ର ଯୋୟାଶ୍ଙ୍କର ଅଧିକାରର ତେଇଶ୍ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରୀୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ସତର ବର୍ଷ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 13 : 2 (ORV)
ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ; ସେ ତହିଁରୁ ବିମୁଖ ହେଲେ ନାହିଁ ।
ଦିତୀୟ ରାଜାବଳୀ 13 : 3 (ORV)
ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ଵଳିତ ହୁଅନ୍ତେ; ସେ ଅରାମର ରାଜା ହସାୟେଲ ହସ୍ତରେ ଓ ହସାୟେଲର ପୁତ୍ର ବିନ୍ହଦଦ୍⇧ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ ।
ଦିତୀୟ ରାଜାବଳୀ 13 : 4 (ORV)
ପୁଣି ଯିହୋୟାହସ୍ ସଦାପ୍ରଭୁଙ୍କ ନିକଟରେ ନିବେଦନ କରନ୍ତେ, ସଦାପ୍ରଭୁ ତାଙ୍କ ପ୍ରତି ମନୋଯୋଗ କଲେ; କାରଣ ଅରାମର ରାଜା ଇସ୍ରାଏଲ ପ୍ରତି କିପରି ଉପଦ୍ରବ କଲା, ସେମାନଙ୍କର ସେହି ଉପଦ୍ରବ ସେ ଦେଖିଲେ ।
ଦିତୀୟ ରାଜାବଳୀ 13 : 5 (ORV)
ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ ପଚାଶ ଜଣ ଅଶ୍ଵାରୂଢ଼ ଓ ଦଶ ରଥ ଓ ଦଶ ସହସ୍ର ପଦାତିକ ଛଡ଼ା ଯିହୋୟାହସ୍ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା;
ଦିତୀୟ ରାଜାବଳୀ 13 : 6 (ORV)
ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ଵୁରେ ବାସ କଲେ ।
ଦିତୀୟ ରାଜାବଳୀ 13 : 7 (ORV)
ତଥାପି ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ବଂଶର ସେହିସବୁ ପାପରୁ ସେମାନେ ବିମୁଖ ହେଲେ ନାହିଁ, ମାତ୍ର ତହିଁରେ ହିଁ ଚାଲିଲେ; ପୁଣି ଶମରୀୟାରେ ଆଶେରା-ମୂର୍ତ୍ତି ମଧ୍ୟ ରହିଲା ।
ଦିତୀୟ ରାଜାବଳୀ 13 : 8 (ORV)
ଏହି ଯିହୋୟାହସ୍ଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ କʼଣ ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
ଦିତୀୟ ରାଜାବଳୀ 13 : 9 (ORV)
ଅନନ୍ତର ଯିହୋୟାହସ୍ ଆପଣା ପିତୃଲୋକମାନଙ୍କ ସହିତ ଶୟନ କରନ୍ତେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ, ପୁଣି ତାଙ୍କର ପୁତ୍ର ଯୋୟାଶ୍ ତାଙ୍କର ପଦରେ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 13 : 10 (ORV)
ଯିହୁଦାର ଯୋୟାଶ୍ ରାଜାଙ୍କର ଅଧିକାରର ସଇଁତିରିଶ ବର୍ଷରେ ଯିହୋୟାହସ୍ଙ୍କ ପୁତ୍ର ଯୋୟାଶ୍ ଇସ୍ରାଏଲ ଉପରେ ଶମରୀୟାରେ ରାଜ୍ୟ କରିବାକୁ ଆରମ୍ଭ କରି ଷୋଳ ବର୍ଷ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 13 : 11 (ORV)
ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ; ମାତ୍ର ସେ ତହିଁରେ ହିଁ ଚାଲିଲେ ।
ଦିତୀୟ ରାଜାବଳୀ 13 : 12 (ORV)
ଏହି ଯୋୟାଶ୍ଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାର ରାଜା ଅମତ୍ସୀୟ ସଙ୍ଗେ ଯୁଦ୍ଧ କଲେ, ତାହାସବୁ କʼଣ ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
ଦିତୀୟ ରାଜାବଳୀ 13 : 13 (ORV)
ଅନନ୍ତର ଯୋୟାଶ୍ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲେ; ତହିଁରେ ଯାରବୀୟାମ୍ ତାଙ୍କ ସିଂହାସନରେ ଉପବିଷ୍ଟ ହେଲେ, ପୁଣି ଯୋୟାଶ୍ ଇସ୍ରାଏଲ-ରାଜାମାନଙ୍କ ସହିତ ଶମରୀୟାରେ କବର ପ୍ରାପ୍ତ ହେଲେ ।
ଦିତୀୟ ରାଜାବଳୀ 13 : 14 (ORV)
ଇଲୀଶାୟ ଯେଉଁ ପୀଡ଼ାରେ ମଲେ, ସେହି ପୀଡ଼ାରେ ପୀଡ଼ିତ ହୁଅନ୍ତେ, ଇସ୍ରାଏଲର ରାଜା ଯୋୟାଶ୍ ତାଙ୍କ ନିକଟକୁ ଆସି ତାଙ୍କ ଉପରେ ରୋଦନ କରି କହିଲେ, ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ଵାରୋହୀଗଣ!
ଦିତୀୟ ରାଜାବଳୀ 13 : 15 (ORV)
ଏଥିରେ ଇଲୀଶାୟ ତାଙ୍କୁ କହିଲେ, ଧନୁ ଓ ତୀର ଧର; ତହୁଁ ସେ ଧନୁ ଓ ତୀର ଧରିଲେ ।
ଦିତୀୟ ରାଜାବଳୀ 13 : 16 (ORV)
ତେବେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, ଧନୁ ଉପରେ ତୁମ୍ଭ ହାତ ଦିଅ; ତହୁଁ ସେ ତହିଁ ଉପରେ ହାତ ଦେଲେ । ସେତେବେଳେ ଇଲୀଶାୟ ରାଜାଙ୍କ ହସ୍ତ ଉପରେ ଆପଣା ହସ୍ତ ରଖିଲେ ।
ଦିତୀୟ ରାଜାବଳୀ 13 : 17 (ORV)
ଆଉ ସେ କହିଲେ, ପୂର୍ବଆଡ଼ ଝରକା ଫିଟାଅ; ତହିଁରେ ସେ ତାହା ଫିଟାଇଲେ । ତେବେ ଇଲୀଶାୟ କହିଲେ, ତୀର ମାର; ତହିଁରେ ସେ ତୀର ମାରିଲେ । ଏଥିରେ ଇଲୀଶାୟ କହିଲେ, ସଦାପ୍ରଭୁଙ୍କର ଜୟତୀର, ଅରାମର ବିପକ୍ଷ ଜୟତୀର; କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କରିବ ।
ଦିତୀୟ ରାଜାବଳୀ 13 : 18 (ORV)
ଆହୁରି ସେ କହିଲେ, ତୀରସବୁ ନିଅ; ତହିଁରେ ସେ ତାହାସବୁ ନେଲେ । ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, ଭୂମିକୁ ଆଘାତ କର; ତହିଁରେ ସେ ତିନି ଥର ଆଘାତ କରି ନିବୃତ୍ତ ହେଲେ ।
ଦିତୀୟ ରାଜାବଳୀ 13 : 19 (ORV)
ଏଥିରେ ପରମେଶ୍ଵରଙ୍କ ଲୋକ ତାଙ୍କ ପ୍ରତି କ୍ରୁଦ୍ଧ ହୋଇ କହିଲେ, ତୁମ୍ଭେ ତ ପାଞ୍ଚ କି ଛଅ ଥର ଆଘାତ କରିଥାʼନ୍ତ; ତାହା କରିଥିଲେ, ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ଆଘାତ କରିଥାʼନ୍ତ; ମାତ୍ର ଏବେ ତୁମ୍ଭେ କେବଳ ତିନି ଥର ଅରାମକୁ ଆଘାତ କରିବ ।
ଦିତୀୟ ରାଜାବଳୀ 13 : 20 (ORV)
ଅନନ୍ତର ଇଲୀଶାୟ ମରନ୍ତେ, ଲୋକମାନେ ତାଙ୍କୁ କବର ଦେଲେ । ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ବର୍ଷର ଆରମ୍ଭରେ ଦେଶ ଆକ୍ରମଣ କଲେ ।
ଦିତୀୟ ରାଜାବଳୀ 13 : 21 (ORV)
ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ; ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା ।
ଦିତୀୟ ରାଜାବଳୀ 13 : 22 (ORV)
ଯିହୋୟାହସ୍ଙ୍କର ଅଧିକାରର ସମସ୍ତ କାଳ ଅରାମର ରାଜା ହସାୟେଲ ଇସ୍ରାଏଲ ପ୍ରତି ଉପଦ୍ରବ କଲା ।
ଦିତୀୟ ରାଜାବଳୀ 13 : 23 (ORV)
ମାତ୍ର ସଦାପ୍ରଭୁ ଅବ୍ରହାମ, ଇସ୍‍ହାକ ଓ ଯାକୁବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମ୍ମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ଛାମୁରୁ ସେମାନଙ୍କୁ ଦୂର କଲେ ନାହିଁ ।
ଦିତୀୟ ରାଜାବଳୀ 13 : 24 (ORV)
ଏଉତ୍ତାରେ ଅରାମର ରାଜା ହସାୟେଲ ମଲା; ତହୁଁ ତାହାର ପୁତ୍ର ବିନ୍ହଦଦ୍ ତାହାର ପଦରେ ରାଜ୍ୟ କଲା ।
ଦିତୀୟ ରାଜାବଳୀ 13 : 25 (ORV)
ପୁଣି ଯୋୟାଶ୍ଙ୍କର ପିତା ଯିହୋୟାହାସ୍ଙ୍କଠାରୁ ହସାୟେଲ ଯେ ଯେ ନଗର ଯୁଦ୍ଧରେ ନେଇଥିଲା, ସେହି ସକଳ ନଗର ଯିହୋୟାହସ୍ଙ୍କ ପୁତ୍ର ଯୋୟାଶ୍ ହସାୟେଲର ପୁତ୍ର ବିନହଦଦ୍ଠାରୁ ପୁନର୍ବାର ନେଲେ । ଯୋୟାଶ୍ ତାହାକୁ ତିନି ଥର ଆଘାତ କରି ଇସ୍ରାଏଲର ସେହି ସକଳ ନଗର ପୁନର୍ବାର ନେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: